ଜଳେଶ୍ୱର : ଭୋଗରାଇ କାନପୁର ଗାଁରେ ତାରିଣୀ ମନ୍ଦିରରୁ ଚୋରି । ବିଳମ୍ବିତ ରାତିରେ ମା ତାରିଣୀଙ୍କ ପିତ୍ତଳ ନିର୍ମିତ ପ୍ରତିମାକୁ ଲୁଟି ନେଲେ । ମନ୍ଦିର ଦାନ ବାକ୍ସ, ଠାକୁରାଣୀଙ୍କ ସୁନା ଅଳଙ୍କାର ମଧ୍ୟ ଲୁଟି ନେଲେ । ସକାଳେ ଏହି ଖବର ଜଣାପଡ଼ିବା ପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଠାକୁରଙ୍କ ସମସ୍ତ ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଛି ।
Views: 89











