ଭୁବନେଶ୍ୱର : ଆସନ୍ତାକାଲି ଦୀପାବଳି । ତେଣୁ ଦୀପାବଳିରେ ବାଣ ଫୁଟାଇବା ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ରାତି ୧୦ଟା ପରେ ଫୁଟିବନି ବାଣ । ଟୁଇନ ସିଟିରେ ବାଣ ଫୁଟାଇବା ସମୟ ନିର୍ଦ୍ଧାରଣ କରିଛି କମିଶନରେଟ ପୋଲିସ । ଦିପାବଳୀରେ କଟକ ଓ ଭୁବନେଶ୍ବରରେ ରାତି ୧୦ଟା ଯାଏ ଅନୁମତି ଦିଆଯାଇଛି । ତାପରେ ବାଣ ଫୁଟାଇଲେ କାର୍ୟ୍ୟାନୁଷ୍ଠାନ ହେବ ।
ସେହିପରି ୧୨୫ ଡେସିବିଲଠାରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ବେଆଇନ ବାଣ ଫୁଟାଇବା ରୋକିବା ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ ।
Views: 92











