ଭୁବନେଶ୍ୱର : ଭୁବନେଶ୍ୱର ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା । ୪ ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର । ଗିରଫ ୪ ଜଣ ଗଜପତି ଜିଲ୍ଲାର ଅଟନ୍ତି । ଆହୁରି ଗିରଫ ହେବାର ସମ୍ଭାବନା ରହିଛି । ଶନିବାର ଚନ୍ଦକା-ବାରଙ୍ଗ ରାସ୍ତାରୁ ମିଳିଥିଲା ମୃତଦେହ । ଭୁବନେଶ୍ବର ବଡଗଡ ଥାନାର ହୋଇଥିବା ନିଖୋଜ ଘଟଣାରୁ ତଦନ୍ତ କରି ପରେ ପୋଲିସ ମୃତ୍ୟ ଘଟଣାର ତଦନ୍ତ କରିଥିଲା । ଏହା ପଛର ଖୁଲାସା କରିଛି କମିଶନରେଟ୍ ପୋଲିସ । ପୁରା ଘଟଣାରେ ଟଙ୍କା ନେଇ ଫେରାର ଅଛନ୍ତି ଜଣେ ଯୁବତୀ । ଯିଏକି ଚାକିରି ଦେବାକୁ କହି କରୁଥିଲେ ଠକେଇ। ଗଢିଥିଲେ ଠକେଇ ଗ୍ୟାଙ୍ଗ । ଯାହାର ସଦସ୍ୟ ଥିଲେ ମୃତ ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର । ଖୁବଶୀଘ୍ର ଘଟଣାର ଖୁଲାସା କରିବ କମିଶନରେଟ୍ ପୋଲିସ ।
Views: 61











