ଭୁବନେଶ୍ବର : ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା । ସମୟ ଗଡିବା ସାଙ୍ଗକୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ବ ରହିଛି । ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନକୁ ବାତିଲ କରି ଦିଆଯାଇଛି । ଏହା ସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ନଜର ପକାନ୍ତୁ କେଉ କେଉଁ ଟ୍ରେନ ବାତିଲ ହୋଇଛି ।
ଗତିପଥ ବଦଳିଥିବା ଟ୍ରେନ: ସାନ୍ତ୍ରାଗାଚି-ଚେନ୍ନାଇ ଏକ୍ସପ୍ରେସ, ଦିଗା-ବିଶାଖାପାଟନମ୍ ଏକ୍ସପ୍ରେସ, ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ହାୱଡା- ମହୀଶୂର ଏକ୍ସପ୍ରେସ, ନୂଆଦିଲ୍ଲୀ -ପୁରୀ ପୁରୋଷୋତ୍ତମ୍ ଏକ୍ସପ୍ରେସ ଟାଟା, କେନ୍ଦୁଝର ରୋଡ ଦେଇ ଚଳାଚଳ କରିବ । ହୃଷି କେଶରୁ ହୃଷିକେଶ -ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟାଟା-କେନ୍ଦୁଝର ରୋଡ଼ ଦେଇ ଚାଲିବ । ପୁରୀରୁ ନନ୍ଦନକାନନ ଏକ୍ସପ୍ରେସ ଜାଖାପୁରା-ଜାରୋଲି ଦେଇ ଚାଲିବ । ଜଲେଶ୍ୱର-ପୁରୀ ସ୍ପେଶାଲ୍ ଜଳେଶ୍ୱର ପରିବର୍ତ୍ତେ ଭଦ୍ରକରୁ ଚାଲିବ ବୋଲି ସୂଚନା ମିଳିଛି।
ବାତିଲ ଟ୍ରେନ: ହାୱଡା ପୁରୀ ଏକ୍ସପ୍ରେସ, ହାୱଡା ସାଲିମାର ଟର୍ମିନାଲ୍ ଏକ୍ସପ୍ରେସ, ହାୱଡା-ଚେନ୍ନାଇ ଟ୍ରେନ, ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ସମ୍ବଲପୁର ଏକ୍ସପ୍ରେସମ୍ ସାନ୍ତ୍ରାଗାଚି- ପୁରୀ ଏକ୍ସପ୍ରେସ, ଦୁରୋନ୍ତ ଏକ୍ସପ୍ରେସ। ଭୁବନେଶ୍ୱର ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡାରୁ ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ । ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ଶାଲିମାର ଧଉଲି ଏକ୍ସପ୍ରେସ । ଶାଲିମାର ପୁରୀ ଧଉଳି ଏକ୍ସପ୍ରେସ। ପୁରୀ-ବାଙ୍ଗିରିପୋସି, ବାଙ୍ଗିରିପୋସି -ପୁରୀ ଏକ୍ସପ୍ରେସ, ପୁରୀ- ସାନ୍ତ୍ରାଗାଚି ସ୍ପେଶାଲ ଟ୍ରେନ, ଚେନ୍ନାଇରୁ ଚେନ୍ନାଇ- ଶାଲିମାର କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ଗୁଆହାଟି ଏକ୍ସପ୍ରେସ ବାତିଲ ।
ଟ୍ରେନ ଦୁର୍ଘଟଣା ପରେ ଏକାଧିକ ଟ୍ରେନ ବାତିଲ, ଅନେକର ବଦଳିଲା ଗତିପଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...