The Ultimate Managed Hosting Platform
ADVERTISEMENT

ଟ୍ରେନ ଟ୍ରାଜେଡି : ରିଲେ ରୁମ୍ ଷ୍ଟାଫ ଦାୟୀ ?

Facebook
Twitter
LinkedIn

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡି ନେଇ ଆସିଲା ସାଂଘାତିକ ସୂଚନା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ । ସେଫ୍ଟ କମିଶନରଙ୍କ ରିପୋର୍ଟ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ କାରଣ ବୋଲି ରିପୋର୍ଟରେ ସୂଚନା । ସିଗନାଲ ଓ ଟେଲି କମ୍ୟୁନିକେସନ ଡିପାର୍ଟମେଣ୍ଟରେ ତ୍ରୁଟି ଥିବା ଉଲ୍ଲେଖ । ରିଲେ ରୁମ ଷ୍ଟାଫଙ୍କ ସହ କିଛି ଡିପାର୍ଟମେଣ୍ଟରେ ତ୍ରୁଟି ଥିବା ଉଲ୍ଲେଖ । କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି୍ କମିଶନର ରିପୋର୍ଟ ଦେଇଥିବା ସୂଚନା । ତେବେ ଦୁର୍ଘଟଣା ଉଦେ୍ଦଶ୍ୟମୂଳକ ଥିଲା କି ନାହିଁ ତାହା ସିବିଆଇ ତଦନ୍ତ କରିବ । ବାହାନଗା ଟ୍ରେନ ଟ୍ରାଜେଡିରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୮ ଓ କଟକ ଏସସିବିରେ ୫ ଜଣଙ୍କ ମୃତୁ୍ୟ ଘଟିଛି । ଏବେବି କଟକ ଏସସିବିରେ ଅନେକ ଚିକିତ୍ସାଧୀନ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login