ନୂଆଦିଲ୍ଲୀ : ଯାତ୍ରୀଙ୍କ ପାଇଁ ନୂଆ ନିୟମ । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳୱେ । ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପରି ହେବ ଟ୍ରେନରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଏବେ ଯାତ୍ରୀମାନେ କେବଳ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଲଗେଜ ବହନ କରିପାରିବେ । ଦେଶର କିଛି ପ୍ରମୁଖ ରେଳ ଷ୍ଟେସନରେ ଲଗେଜ ଓଜନ ଉପରେ ଉଲ୍ଲେଖ ସୀମା କଡ଼ାକଡ଼ି ଲାଗୁ କରାଯିବ । ବିମାନ କମ୍ପାନୀଗୁଡ଼ିକ ପରି ଟ୍ରେନ୍ ଯାତ୍ରା ପାଇଁ ଏହି ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ୟ୍ୟକାରୀ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି । ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ୭୦ କେଜି ପର୍ୟ୍ୟନ୍ତ ଲଗେଜ ନେବାକୁ ଅନୁମତି ଦିଆଯିବ । ଏସି ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ୫୦ କେଜି ଏବଂ ତୃତୀୟ ଏସି ଏବଂ ସ୍ଲିପର ଶ୍ରେଣୀ ଯାତ୍ରୀଙ୍କ ପାଇଁ ସୀମା ୪୦ କେଜି ଓଜନର ଜିନିଷ ନେଇପାରିବେ । ସେହିପରି ସାଧାରଣ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ୩୫ କେଜି ଲଗେଜ ନେଇପାରିବେ । ବର୍ତ୍ତମାନ ପାଇଁ ନର୍ଥ ରେଲୱେ ଏବଂ ନର୍ଥ ସେଣ୍ଟ୍ରାଲ ରେଲୱେ ଲକ୍ଷ୍ନୌ ଏବଂ ପ୍ରୟାଗରାଜ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରୁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
ଟ୍ରେନରେ ଲିମିଟରୁ ଅଧିକ ଲଗେଜ ନେଲେ ପଡିବ ଜରିମାନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...