ନୂଆଦିଲ୍ଲୀ : ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଟ୍ରେନରେ ଅଗ୍ନିକାଣ୍ଡ । ଲକ୍ଷ୍ନୌ-ରାମେଶ୍ୱରମ ଟୁରିଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ , ୨୦ ଯାତ୍ରୀ ଗୁରୁତର । ଟ୍ରେନରେ କିଛି ପ୍ୟାସେଞ୍ଜନ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ । ସେଥିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ତେବେ ସାଉଥ ରେଲେଓ୍ଵ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି ।
ସୂଚନା ଅନୁସାରେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟ ଲକ୍ଷ୍ନୌରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସର ବଗିରେ ଅଗ୍ନିକାଣ୍ଡ ଘଟିଛି । ମଦୁରାଇ କଲେକ୍ଟର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଉତ୍ତରପ୍ରଦେଶର ବୋଲି ଜଣା ପଡ଼ିଛି । ସୀତାପୁରର ଏକ ଟ୍ରାଭେଲ ଏଜେନ୍ସି ଏହି କୋଚର ଥାର୍ଡ ପାର୍ଟି ବୁକିଂ କରିଥିଲେ । ଏଥିରେ ୬୩ ଜଣ ଲୋକ ଯାତ୍ରା କରୁଥିଲେ ।
ଟ୍ରେନରେ ଅଗ୍ନିକାଣ୍ଡ ; ୯ ଜୀବନ୍ତ ଦଗ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











