ରାୟଗଡ଼ା : ଟ୍ରେନରୁ ଖସି ଜଣେ ମହିଳା ଗୁରୁତର । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଷ୍ଟେସନ ରଡ ନିକଟସ୍ଥ ସାହିର ସଙ୍ଗୀତା ନାଏକ ପ୍ରତେ୍ୟକ ଦିନ ଟିକିରି ଠାରୁ ନିଜ କର୍ମସ୍ଥଳକୁ ଯିବା ଆସିବା କରୁଥିବା ବେଳେ ଆଜି ମଧ୍ୟ ସେ ସକାଳେ ବାହାରି ନିଜ କର୍ମ ସ୍ଥଳକୁ ଯାଇ ସନ୍ଧ୍ୟାରେ ରାଉକେଲା ଟ୍ରେନରେ ନିଜ ଘର ଟିକିରିକୁ ଫେରୁଥିବା ବେଳେ ସିଙ୍ଗରାମ ଟ୍ରେନ ଷ୍ଟେସନ ନିକଟରେ କିଏ ତାଙ୍କୁ ଠେଲି ଦେଇଥିବା କହିଛନ୍ତି ସଙ୍ଗୀତା। ସେ ଗୁରୁତର ଅବସ୍ଥାରେ ସିଙ୍ଗରାମ ଷ୍ଟେସନରୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଫର୍ କରାଯାଇଛି।
Views: 60