The Ultimate Managed Hosting Platform
ADVERTISEMENT

ଟ୍ରେନରୁ ଖସିପଡିଲେ ୩ ଯୁବକ , ୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛଟ ପୂଜା ପାଇଁ ଘରକୁ ଫେରୁଥିବା ତିନି ଜଣ ଯାତ୍ରୀ ଟ୍ରେନ୍ରୁ ଛିଟିକି ପଡିବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ସବ-ଇନ୍ସପେକ୍ଟର ମାଲି, ପୋଲିସ କନେଷ୍ଟବଳ ଭୋଲେ ଏବଂ ନାସିକ ରୋଡ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଜିତେନ୍ଦ୍ର ସପକାଲେଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭୁସାଭଲ ଅଭିମୁଖେ ଯାଉଥିବା ଟ୍ରାକରେ ୩୦ ରୁ ୩୫ ବର୍ଷ ବୟସର ଦୁଇଜଣ ଯୁବକଙ୍କୁ ୧୯୦/୧ ଏବଂ ୧୯୦/୩ କିଲୋମିଟର ମଧ୍ୟରେ ମୃତ ଅବସ୍ଥାରେ ପାଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ବିହାରରେ ଛଟ୍ ପୂଜା ପାଇଁ ଷ୍ଟେସନରେ ଭିଡ଼ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login