ଭୁବନେଶ୍ୱର : ଟ୍ରାଫିକ୍ ଚେକିଂ ବେଳେ ଅଘଟଣ । ଆହତ ହେଲେ ଆରଟିଓ କର୍ମଚାରୀ । ଆଜି ସକାଳୁ ସକାଳୁ ଭୁବନେଶ୍ୱର ୟୁନିଟ-୮ରେ ଆରମ୍ଭ ହୋଇଥିଲା ଚେକିଂ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କୁଟିକୁ ଆରଟିଓ କର୍ମଚାରୀ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସ୍କୁଟିଟି ତାଙ୍କୁ ଧକ୍କା ଦେଇଥିଲା । ଜଣେ ନାବାଳକ ପାୱାରହାଉସ ଛକରୁ ସ୍କୁଟିରେ ଦ୍ରୁତ ଗତିରେ ଆସୁଥିବା ବେଳେ ସିଧା କର୍ମଚାରୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ସହ ଆରଟିଓ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
Views: 102