କଟକ : ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ । ନୂଆପଡ଼ା ବାଲିସାହି ଯିବା ରାସ୍ତାରେ ଦୁଇ ଟ୍ରାକ୍ଟର ମଧ୍ୟରେ ଚାପିହୋଇ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବାଇକ ଚାଳକଙ୍କ ନାମ ସ୍ମୃତି ରଞ୍ଜନ ଓଝା । ତାଙ୍କ ଘର ନୂଆପଡା ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ। ଖବର ପାଇ ମଧୁପାଟଣା ପୋଲିସ ପହଞ୍ଚି, ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା । ତେବେ ପ୍ରତିଦିନ ନିକଟସ୍ଥ ବାଲିଘାଟରୁ ଶହଶହ ଟ୍ରାକ୍ଟର ଏବଂ ହାଇୱ।ରେ ବିନା କାଗଜପତ୍ରରେ ବାଲି ଘାଟରୁ ବାଲି ଉଠାଯାଇ କଟକ ଏବଂ ଭୁବନେଶ୍ୱରକୁ ପଠାଯାଉଛି । ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
Views: 83