The Ultimate Managed Hosting Platform
ADVERTISEMENT

ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି।

Facebook
Twitter
LinkedIn

ପୁଣି ଶ୍ରୀଜିଉଙ୍କୁ ଅପମାନ। ଦୋହରିଲା ବାଲେଶ୍ୱର ଘଟଣା, ତା’ ପୁଣି ପୁରୀରେ। ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଟ୍ରଲିରେ ବନ୍ଧା ଯାଇ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ନିଆଯାଉଥିବା ନଜର ଆସିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଜିନିଷ ବୋହିବା ପରି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ବୋହି ନିଆଯାଉଥିଲା। ପୁରୀ ସିଂହଦ୍ୱାର ସମ୍ମୁଖରୁ ଏହାକୁ ଦୋଳବେଦୀ କୋଣ ଯାଏ ନିଆ ଯାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ କପଡ଼ାରେ ବାନ୍ଧି, ଟ୍ରଲି ଚାଳକ ଜଣକ ସର୍ବ ସମ୍ମୁଖରେ ନେଇଥିଲେ।  ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଲୋକମାନେ ପ୍ରତିବାଦ ମଧ୍ୟ କରିଥିଲେ। ତଥାପି ଟ୍ରଲି ଚାଳକ ଜଣ ଏହାକୁ ଖାତିର ନକରି ଟ୍ରଲିରେ ବୋହି ନେଇଥିଲେ। ଏସମ୍ପର୍କରେ ପଚାରିବାରୁ ଟ୍ରଲି ଚାଳକ ଜଣକ କହିଥିଲେ ଯେ, ବାଲି ସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିଲେ।

ଅନ୍ୟପକ୍ଷେ, ଏଭଳି ଅଭାବନୀୟ ଘଟଣାକୁ ନେଇ ପୁରୀବାସୀ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ସୂଚନାଥାଉ କି, କିଛି ମାସ ପୂର୍ବରୁ ବାଲେଶ୍ୱରରେ ବି ପିକଅପ୍ ଭ୍ୟାନ୍‌ରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ବେପରୁଆ ଭାବେ ବାନ୍ଧି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହା ପରେ ସାରା ରାଜ୍ୟରେ ଏନେଇ ଆଲୋଡନ ସୃଷ୍ଟି ହୋଇଥିଲା। ଶେଷରେ ଏନେଇ ସମ୍ପୃକ୍ତ ଟେଣ୍ଟ ସଂସ୍ଥାର ମାଲିକ କ୍ଷମା ପ୍ରାର୍ଥନା କରିଥିଲେ। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login