ନୂଆଦିଲ୍ଲୀ : ଭାରତକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟାର ଜବାବ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଆମେରିକା ସମ୍ପର୍କକୁ ନେଇ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି । ଭାରତ-ଆମେରିକା ମଧ୍ୟରେ ସକରାତ୍ମକ ସହଭାଗିତା ରହିଛି । ଉଭୟ ରାଷ୍ଟ୍ର ଅନ୍ତର୍ଜାତୀୟ ସ୍ତରରେ ଏକ୍ତ କାମ କରିବାକୁ ଆଗ୍ରହୀ । ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ସେମାନଙ୍କ ଦୃଢ଼ ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କୁ ‘‘ଜଣେ ମହାନ ପ୍ରଧାନମନ୍ତ୍ରୀ’’ ବୋଲି କହିବା ପରେ ତାଙ୍କର ଏହି ମନ୍ତବ୍ୟ ବେଶ୍ ଚର୍ଚ୍ଚା ଧରିଥିଲାା। ମୋଦୀଙ୍କ ସହ ତାଙ୍କ ବନ୍ଧୁତ୍ବ ସବୁବେଳେ ରହିବ ବୋଲି ମଧ୍ୟ ଟ୍ରମ୍ପ୍ କହିଥିଲେ। ମୋଦୀଙ୍କ ଟ୍ରମ୍ପ୍ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଉପରେ ନିଜର ମତ ରଖିଛନ୍ତି। ମୋଦି କହିଛନ୍ତି ଯେ ‘‘ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁକୁ ସମ୍ମାନ ଜଣାଇଛି ଏବଂ ତାଙ୍କ ଭାବପ୍ରବଣତାରେ ମୁଁ ସଂପୂର୍ଣ୍ଣ ସହମତ’’। ଦୀର୍ଘ ଦିନର ତିକ୍ତତା ଓ ଟାରିିଫ୍ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଥିଲା। ସେ ମୋଦୀଙ୍କ ସହ “ସର୍ବଦା ବନ୍ଧୁ ରହିବେ” ବୋଲି କହିବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଆସିଛି। କେବଳ ସେତିକି ନୁହେଁ; ଆମେରିକା ଓ ଭାରତର ଗଭୀରତମ ସଂପର୍କ ବିଷୟରେ ବି ଟ୍ରମ୍ପ୍ ଆଲୋକପାତ କରିଥିଲେ। ଯାହା ଉପରେ ମୋଦୀ ପ୍ରତିକ୍ରିୟା ରଖିଛନ୍ତି।
ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି-ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











