The Ultimate Managed Hosting Platform
ADVERTISEMENT

ଟ୍ରକକୁ ଧକ୍କା ଦେଲା କାର : ଦମ୍ପତିଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବୈାଦ୍ଧ : ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ଦମ୍ପତିଙ୍କର ଚାଲିଗଲା ଜୀବନ । ଏନଏଚ ୫୭ ନୂଆପଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପାଙ୍କର ମୃତ୍ୟୁ ଖବର ଶୁଣି ନୟାଗଡ ଗଣିଆ ଯାଉଥିଲେ ପୁଅ-ବୋହୂ । ବୌଦ୍ଧ-ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ନୂଆପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦମ୍ପତ୍ତିଙ୍କର ଜୀବନ ଚାଲିଯାଇଛି । ମୃତକ ହେଲେ ରାଜ୍ କିଶୋର ସାହୁ ଓ ସ୍ତ୍ରୀ ମିନାକ୍ଷୀ ସାହୁ । ସୂଚନାନୁସାରେ କାଲି ରାତିରେ ହଠାତ୍ ବାପାଙ୍କ ଦେହାନ୍ତ ହୋଇଥିବା ଖବର ପାଇ ରାଜକିଶୋର ଶବ ସତ୍କାର କରିବା ପାଇଁ ପତ୍ନୀଙ୍କ ସହିତ କଳାହାଣ୍ଡି ଜିଲ୍ଲା ନୂଆପଡ଼ାରୁ ନିଜ ଗାଁ ଗଣିଆ ଅଭିମୁଖେ ଯାଉଥିଲେ । ରାସ୍ତାରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଚାଉଳ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଦମ୍ପତ୍ତିଙ୍କ କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ଵାମୀ ସ୍ତ୍ରୀ ଦୁହେଁ ଘଟଣାସ୍ଥଳରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେବେ ଏହି ଦୁର୍ଘଟଣା ବଡ଼ି ଭୋର ସମୟରେ ଘଟିଥିବା ବେଳେ ନିକଟରେ ଥିବା ଏକ ଚା ଦୋକାନରେ ଚା ପିଉଥିବା ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରୁ ରାଜକିଶୋର ଏବଂ ତାଙ୍କ ପତ୍ନୀଙ୍କର ମୃତଦେହକୁ ଉଦ୍ଧାର କରି ମେଡିକାଲ ଆଣିଥିଲେ । ତେବେ ରାଜକିଶୋର ବାପାଙ୍କ ଯିବା ଦୁଃଖରେ ଭାଙ୍ଗିପଡିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ମୁହଁ ଟିକକ ଦେଖିବା ପାଇଁ ଦୌଡ଼ି ଆସୁଥିଲେ । ଭୋର ସମୟ ହୋଇଥିବାରୁ ନିଦରେ ଟିକେ ଆଖି ଲାଗିଯାଇଥାଇପାରେ ଏବଂ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login