
ଧର୍ମଗଡ : ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଏପରି ଘଟଣା ଘଟିଛି କୋକସରା ବ୍ଲକ ଜାତୀୟ ରାଜପଥ ୨୬ ରେଙ୍ଗାଳପାଲି ଛକ ନିକଟରେ । ଆଜି ଭୋର ସମୟରେ ଝାରସୁଗୁଡାରୁ ମାଲକାନଗିରି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଥଣ୍ଡା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସ ମଧ୍ୟରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି । ତେବେ ପୋଲିସ ଦୁର୍ଘଟଣା ହୋଇଥିବା ଟ୍ରକ ଓ ବସକୁ ଜବତ କରି ତଦନ୍ତ ଜାରି ରଖିଛି ।
Views: 241