ବଲାଙ୍ଗୀର : ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର । ମୃତାହତ ଗୋଟିଏ ପରିବାର ଓ ସମ୍ପର୍କୀୟ । ବଲାଙ୍ଗିର ସହର ଜଗନ୍ନାଥପଡ଼ାର ଆତ୍ମଜ ନାଏକଙ୍କ ପରିବାରର ୭ ଜଣ ଏକ କାର୍ରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ଫେରୁଥିଲେ । ସମ୍ପର୍କୀୟ ବାହାଘରରେ ଯୋଗଦେଇ ବଲାଙ୍ଗିର ଫେରୁଥିଲେ । ଏତିକିବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା କାର୍ । ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ସେଠାରେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
Views: 99