ନୂଆଦିଲ୍ଲୀ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଟିମକୁ ଫେରିଛନ୍ତି ଦେବଦତ୍ତ ପାଡ୍ଡିକିଲ । ସେହିପରି ଇଂଲଣ୍ଡ ଗସ୍ତ ବେଳେ କରୁଣ ନାୟରଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯାଇଛି । ରିଷଭ ପନ୍ତଙ୍କ ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ମିଳିନି । ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଏହି ଟେଷ୍ଟ ସିରିଜ୍ ପାଇଁ ଚୟନ ଦୌଡ଼ରୁ ବାଦ ଦିଆଯାଇଛି । ପନ୍ତଙ୍କ ପାଦରେ ଲାଗିଥିବା ଆଘାତ ସଂପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଅକ୍ଟୋବରରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ।
ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।
ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











