ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ମିଳିଲା ଜାମିନ। ଭୁବନେଶ୍ୱର ଏସଡିଜେଏମ କୋର୍ଟ ତରଫରୁ ତାଙ୍କୁ ଆଜି ଜାମିନ ମିଳିଛି। ସୂଚନା ଅନୁଯାୟୀ ସାମ୍ବାଦିକାଙ୍କୁ ମାଡ଼ ମରା ଘଟଣାରେ ଶନିବାର ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଘଟିଥିଲା ଘଟଣା । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା। ଘଟଣାର ତଦନ୍ତ କରି ଟୁଟୁ ଙ୍କୁ ଗିରଫ କରିଥିଲା ଖରବେଳନଗର ଥାନା ପୋଲିସ।
Views: 83