କୋଲକାତା: ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖାଦେଇଛି ହିଂସା । କୋଚ୍ ବିହାରରେ ଆଉ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହାଟାରେ ନିର୍ବାଚନ ପ୍ରଚାର କରି ଫେରୁଥିବା ବେଳେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି କରି ହତ୍ୟା କରଯାଇଛି । ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ବିଜେପି ହିଂସା ଭିଆଉଛି ବୋଲି କହିଛନ୍ତି ମନ୍ତ୍ରୀ ଉଦୟନ ଗୁହା । ଗତକାଲି ଟିଏମସିର ନିର୍ବାଚନୀ ପ୍ରଚାର ବଳେ ଗୁଳିମାଡ଼ରେ ୪ ଜଣ କର୍ମୀ ଗୁରୁତର ହୋଇଥିଲେ । ସିପିଆଇଏମ ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଦଳ ଅଭିଯୋଗ କରିଥିଲା । ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହାଇଭୋଲଟେଜ ଡ୍ରାମା ଜାରି ରହିଛି ।
Views: 66