ନୂଆଦିଲ୍ଲୀ : ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ ନିଲମ୍ବିତ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କଲେ ଅଧ୍ୟକ୍ଷ । ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିବାରୁ ନିଲମ୍ବିତ । ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଲଗାତାର ଭାବେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ବିରୋଧୀ। ବିରୋଧୀ ଦଳର ସାଂସଦମାନେ ଉଭୟ ଗୃହରେ ହଙ୍ଗାମା କରୁଛନ୍ତି । ସେପଟେ ରାଜ୍ୟସଭାରେ ହଙ୍ଗାମା କରୁଥିବା ଟିଏମ୍ସି ସାଂସଦ ଡେରେକ୍ ଓ’ ବ୍ରାୟନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ଅପମାନଜନକ ବ୍ୟବହାର ପାଇଁ ସାଂସଦ ବ୍ରାୟନଙ୍କୁ ଶୀତକାଳୀନ ଅଧିବେଶର ଅବଶିଷ୍ଟ ଭାଗ ପାଇଁ ନିଲମ୍ବନ କରିବାର ପ୍ରସ୍ତାବକୁ ରାଜ୍ୟସଭା ପାରିତ କରିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁସାରେ, ଡେରେକ୍ ଓ’ ବ୍ରାୟନ ଗୃହର ୱେଲ୍ରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ଏବଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି।
Views: 94











