The Ultimate Managed Hosting Platform
ADVERTISEMENT

ଟମାଟୋ କିଲୋ ୧୦୦ ପାର , ଖୁଚୁରା ବଜାରରେ ଦର ୧୨୦ ଟଙ୍କା

Facebook
Twitter
LinkedIn

ଭୁବନେଶ୍ବର:ହାଣ୍ଡିଶାଳରେ ଟମାଟୋ ଏକ ଅତ୍ୟାବଶ୍ୟକ ଜିନିଷ । ପ୍ରତି ଖାଦ୍ୟରେ ଟମାଟୋ ପକାଇଲେ ତାହା ଆହୁରି ସ୍ୱାଦିଷ୍ଟ ହୋଇଥାଏ । ଅନେକ ଲୋକ ନିଜକୁ ସୁସ୍ଥ ରଖିବାକୁ କାକୁଡ ସାଲଡରେ ମଧ୍ୟ ଟମାଟୋ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ଟମାଟୋ ଦର ଖାଉଟିଙ୍କ ଚିନ୍ତା ବଢାଇଛି । ଟମାଟୋ ଦର ଶହେ ଟଙ୍କା ପାର କରିଛି । ରାଜଧାନୀ ଖୁଚୁରା ବଜାରରେ ୧୨୦ ଟଙ୍କା ଛୁଇଁଛି ଟମାଟୋ ଦର। ଅନେକ ସ୍ଥାନରେ ଦର ୧୬୦ ଟଙ୍କାରେ ପହଞ୍ଚିଥିବା ମଧ୍ୟ ଅଭିଯୋଗ ହେଲାଣି। ସୋମବାର ଦିନ କେଜି ପ୍ରତି ୮୦, ରବିବାର ଦିନ ୭୦ ଟଙ୍କା ଥିଲା। ୧୦ ଦିନ ହେଲା ଦର ଏହିଭଳି ବଢ଼ିଯାଇ ଏକାଥରକରେ ୧୦୦ ଟଙ୍କା ଅତିକ୍ରମ କରିଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଏହିଭଳି ରହିଛି। ଏପ୍ରିଲରୁ ସେପ୍ଟେମ୍ବର ପର୍ୟ୍ୟନ୍ତ କର୍ଣ୍ଣାଟକରୁ ପର୍ୟ୍ୟାପ୍ତ ପରିମାଣରେ ଟମାଟୋ ଓଡ଼ିଶା ଆସିଥାଏ। ଦର ୩୦ ଟଙ୍କା ମଧ୍ୟରେ ରହିଥାଏ। ଚଳିତ ବର୍ଷ ଜୁନ୍ ମାସର ଦରବୃଦ୍ଧିର ସବୁ ରେକର୍ଡ ଭାଙ୍ଗି ଯାଇଥିବା କହିଛନ୍ତି ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ। ତାଙ୍କ ମତରେ, କର୍ଣ୍ଣାଟକର କୁଲାର, ମାଲୁର, ଚିନ୍ତାମଣି, ମଦନପଣି ସମେତ ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଫଳ ହୋଇନାହିଁ। ଏଥିଯୋଗୁଁ ବର୍ତ୍ତମାନ ସମୟରେ ଓଡ଼ିଶା ବଜାରକୁ ଯେତେ ପରିମାଣରେ ଟମାଟୋ ଆସିବା କଥା ତାହା ତ ଆସିପାରୁନାହିଁ, ଏପରିକି ରାଜ୍ୟର ଚାହିଦା ମଧ୍ୟ ପୂରଣ ହୋଇପାରୁନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login