The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି ; ଶ୍ରମିକଙ୍କୁ ମିଳିବ ଲକ୍ଷେ , ରାଟ୍ ହୋଲ ମାଇନର୍ସଙ୍କୁ ୫୦ ହଜାର

Facebook
Twitter
LinkedIn

ଉତ୍ତରାଖଣ୍ଡ : ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କୁ ମିଳିବ ସହାୟତା । ୧ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ରାଟ୍ ହୋଲ ମାଇନର୍ସଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ମିଳିବ । ପୁରସ୍କାର ରାଶି ନେଇ ଉତ୍ତରାଖଣ୍ଡ ସରକାରଙ୍କ ଘୋଷଣା । ଉତ୍ତରକାଶୀ ଟନେଲ୍ ଦୁର୍ଘଟଣାର ୧୭ ଦିନ ପରେ ସୁରକ୍ଷିତ ଭାବେ ବାହାରିଛନ୍ତି ସମସ୍ତ ୪୧ ଜଣ ଶ୍ରମିକ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ଉତ୍ତରକାଶୀର ଚିନ୍ୟାଲିସୌଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୧ ଜଣ ଶ୍ରମିକଙ୍କୁ ଭେଟିଛନ୍ତି। ସିଏମ୍ ଏକ ବୟାନରେ କହିଛନ୍ତି ଯେ ‘ମୁଁ ସମସ୍ତଙ୍କୁ ଭେଟିଛି। ସେମାନେ ସୁସ୍ଥ ଏବଂ ଖୁସି ଅଛନ୍ତି। ଡାକ୍ତରୀ ପରୀକ୍ଷା କରାଯାଇଛି। କାହାର କୌଣସି ସମସ୍ୟା ନାହିଁ। ପରବର୍ତ୍ତୀ ଡାକ୍ତରୀ ପରୀକ୍ଷା ପାଇଁ ସେମାନଙ୍କୁ ଏମ୍ସ ପଠାଯିବ। ସୂଚନାଥାଉ କି, ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ। ସମସ୍ତେ ନୂଆ ଜୀବନ ପାଇଛନ୍ତି। ଏଥିରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ। ସଂଘର୍ଷ ଭିତରେ ଶ୍ରମିକମାନେ ଏପରି ସଫଳତା ପୂର୍ବକ ଉଦ୍ଧାର ହେବେ ବୋଲି କାହାରିକୁ ଜଣା ନ ଥିଲା। ହେଲେ ଏହି ଅସମ୍ଭବ କାମ ସମ୍ଭବ ହୋଇପାରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login