ଉତ୍ତରକାଶୀ ଟନେଲ ଟ୍ରାଜେଡି :ଜୀବନ ସହ ଚାଲିଛି ସଂଗ୍ରାମ । ଉଦ୍ଧାର କାର୍ଯ ଜୋରଦାର । ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରି । ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଯବାନଙ୍କ ଦ୍ୱାରା ଅପରେସନ ଜାରି । ଶ୍ରମିକଙ୍କ ନିକଟରେ ପହଁଚିବାକୁ ଆଉ ଗୋଟିଏ ଦିନ ଲାଗିପାରେ । ଆଜି ସନ୍ଧ୍ୟା ନଚେତ କାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ସୂଚନା । ସମସ୍ତେ ସୁରକ୍ଷିତ ଅଛନ୍ତି , ପାଇପ ଯୋଗେ ଖାଦ୍ୟ ଦିଆଯାଉଛି । ଟନେଲରେ ଫସିଥିବା ୪୦ ଜଣଙ୍କ ମଧ୍ୟରୁ ଓଡିଶାରୁ ୫ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମ୍ ୨୫ ମିଟର ଯାଏ ଭଗ୍ନାଂବଶେଷ ହଟାଇବାରେ ସମର୍ଥ ହୋଇଛନ୍ତି । ଆଉ ୧୦ ମିଟର ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ ।
ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାରକାର୍ୟ୍ୟରେ ଜେସିବି, ହେଭି ଏକ୍ସକାଭେଟର ସମେତ ଅନ୍ୟାନ୍ୟ ମେସିନ୍ ଓ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍,ଆଇଟିବିପି, ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ । ଶ୍ରମିକଙ୍କୁ ବାହାର କରିବା ପାଇଁ ଅଢ଼େଇ ଫୁଟ ବ୍ୟାସ ବିଶିଷ୍ଟ ଷ୍ଟିଲ ପାଇପ୍ ପଠାଯିବ । ଏହି ପାଇପ ଯୋଗେ ସେମାନେ ବାହାରକୁ ବାହାରିବେ । ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ନବରଙ୍ଗପୁର ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ୧୨ ତାରିଖରେ ରାତିରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ।
ଟନେଲ ଟ୍ରାଜେଡି : ଉଦ୍ଧାର କାର୍ଯ୍ୟ ଜୋରଦାର,ପାଇପ ଯୋଗେ ଦିଆାଯାଉଛି ଖାଦ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











