ଉତ୍ତରାଖଣ୍ଡ : ଆଉ ଅଗର ମେସିନ ନୁହେଁ , ଆଗକୁ ହାତ କଟର । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା । ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିବ ଆକଳନ । ଅଗର ବାରମ୍ବାର ଫେଲ ଯୋଗୁଁ ଆସିଲା ଭର୍ଟିକାଲ ଡ୍ରିଲିଂ ମେସିନ । ଟନେଲ ଉପରୁ ଡ୍ରିଲିଂ କରିବା ପାଇଁ ଆରମ୍ଭ ହେଲା ଯୋଜନା । ଡ୍ରିଲିଂ ବଦଳରେ ଭିତରକୁ ପାଇପ ଠେଲିବାକୁ ଲାଗିବ ଅଗର ମେସିନ ।
ରେସକ୍ୟୁ ଅପରେସନ୍ ସମୟ ପାଖେଇବା ସହ ଉତ୍କଣ୍ଠାବି ଦିନ ଦିନ ବଢୁଛି । ତେବେ ଉଦ୍ଧାର କାର୍ୟ୍ୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ବି ଛଡାଯାଇଛି। ଡ୍ରୋନ ଦ୍ୱାରା ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି।ତେବେ ବର୍ତ୍ତମାନ ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଘଟିବ ଅପେକ୍ଷାର ଅନ୍ତ ? କେବେ ସରିବ ଉତ୍ତରକାଶୀରେ ଟନେଲ ରେସକ୍ୟୁ ଅପରେସନ୍ ? ନୂଆ ସୂର୍ୟ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ । ଉଦ୍ଧାର କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ ଉଦ୍ଧାର ଅଭିଯାନ ସ୍ଥଗିତ ରହିଛି ।
ସୂଚନା ଥାଉକି, ଗତ ୧୪ ଦିନ ଧରି ଲମ୍ବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ବର୍ତ୍ତମାନ ଚିନ୍ତା, ଅବସାଦରେ ଅଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଉଦ୍ଧାରକାରୀ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଏପଟେ ଟନେଲ ବାହାରେ ପ୍ରତୀକ୍ଷା କରି ରହିଛନ୍ତି ୪୧ଟି ଆମ୍ବୁଲାନ୍ସ। ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲକୁ ନିଆଯିବ। ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ୪୧ଟି ବେଡ୍ ସହ ହସ୍ପିଟାଲ ବି ପ୍ରସ୍ତୁତ ରହିଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ।
ଟନେଲ ଟ୍ରାଜେଡି : ଆଗକୁ ସାହା ହାତ କଟର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











