The Ultimate Managed Hosting Platform
ADVERTISEMENT

ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା ଶର୍ମା, ସାମ୍ନାକୁ ଆସିଲା ଫଟୋ…

Facebook
Twitter
LinkedIn

ମୁମ୍ବାଇ : କ୍ରିକେଟ୍ ମଇଦାନରେ ବଲିଉଡ୍ ଅଭିନେତ୍ରୀ ।କ୍ରିକେଟ୍ ମଇଦାନକୁ ଓହ୍ଲାଇଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ଅଭିନେତ୍ରୀ ଅନୁଷ୍କା ବାସ୍ତବରେ ସେ ଖେଳିବା ପାଇଁ ନୁହେଁ ବରଂ ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିୟଲ୍ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମରେ ଅନୁଷ୍କା ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି ଅନୁଷ୍କା । ଏପରିକି ସେ ନେଟ୍ସରେ ମଧ୍ୟ ପ୍ରାକ୍ଟିସ୍ କରୁଛନ୍ତି। ତେବେ ଏହାର ଏକ ଫଟୋ ଏବେ ସାମ୍ନାକୁ ଆସିଛି।ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍ ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।


ଅନୁଷ୍କାଙ୍କର ଏହି ପୋଷ୍ଟରେ ଝୁଲଣ ଗୋସ୍ୱାମୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଝୁଲଣ ଲେଖିଛନ୍ତି, ବହୁତ ବଢ଼ିଆ। ଏହାବ୍ୟତୀତ ନୀନା ଗୁପ୍ତା ମଧ୍ୟ ଅନୁଷ୍କାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ବିରାଟ୍ କୋହଲିଙ୍କର ଜଣେ ଫ୍ୟାନ୍ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭଉଣୀ ୨-୩ ଓଭର ଭାଇଙ୍କ ସହ ଖେଳିନିଅ, ଭଲ ପ୍ରାକ୍ଟିସ୍ ହୋଇଯିବ। ଫ୍ୟାନ୍ସମାନେ ମଧ୍ୟ ଅନୁଷ୍କାଙ୍କୁ ଏହି ଫିଲ୍ମ ପାଇଁ ଅନେକ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login