ଭୁବନେଶ୍ୱର : ଝିଅ ବିରୋଧରେ ଥାନାରେ ଏତଲା ଦେଲା ମାଆ । ସଂଯୁକ୍ତା ମହଲାଙ୍କ ନାଁରେ ଏତଲା ଦେଲେ ମାଆ । ବିଜେଡି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସଂଯୁକ୍ତା । ପରିବାର ଲୋକଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ କଲେ । ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ । ସଂଯୁକ୍ତଙ୍କ ମାଆ, ଭଉଣୀ ଓ ଭାଉଜ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପରିବାର ସଦସ୍ୟଙ୍କୁ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ । ବାପାଙ୍କ ପେନସନ ହଡପ ଓ ପରିବାରର ଅଶ୍ଲୀଳ ଫଟୋ ଭାଇରାଲ ନେଇ ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳର କର୍ମୀ କହି ପାୱାର ଦେଖାଉଛନ୍ତି । ନିକଟରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଅଭିଯୋଗ କରିଥିଲେ ସଂଯୁକ୍ତା ।
Views: 78