The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଝିଅ ଦେଖା ଏକ ଅନନ୍ୟ ଅନୁଭୂତି

Facebook
Twitter
LinkedIn

ଓଡ଼ିଆ ରୀତିନୀତି ଅନୁଯାୟୀ ଦୁଇଟି ପରିବାର ଗୋଟିଏ ହୋଇଥାଏ | ଆଉ ଗୋଟେ ଅଜଣା ପୁଅ ସହ ଗୋଟେ ଅଜଣା ଝିଅର ସମ୍ପର୍କ ଯୋଡି ହୋଇଥାଏ | ଏବଂ ସମ୍ପର୍କ ସାତ ଜନ୍ମର ହେବ ବୋଲି ବିବାହ ବେଦୀରେ ଲୋକ ମାନଙ୍କ ପାଟିରୁ ଶୁଣିବାକୁ ମିଳୁଥାଏ | କିନ୍ତୁ ଏହି ସମ୍ପର୍କ କଣ ଚିରଦିନ ରହିବ | ଯେଉଁ ସମ୍ପର୍କ ପରିବାର ଲୋକଙ୍କ ସମାଜର ସ୍ୱୀକୃତି ଅନୁଯାୟୀ ହୋଇଥାଏ | ବେଳେବେଳେ ମନକୁ ଅନେକ ପ୍ରଶ୍ନ ଆସେ | ଯେତେବେଳେ ଗୋଟେ ଝିଅ ତାର ଯୌବନ ଅବସ୍ଥାରେ ଉପନୀତ ହୁଏ ଏବଂ ପରିବାରର ଚିନ୍ତା ବଢିଯାଏ | କିନ୍ତୁ ଏଠି ଝିଅର ବୟସ ବଢିଲେ କାହିଁକି ନିଜ ପିତାମାତା ଏତେ ଚିନ୍ତିତ ରୁହନ୍ତି ବୋଲି ଅନେକ ପ୍ରଶ୍ନ ଆସେ ମୋ ମନକୁ | ଗୋଟେ ପୁଅ ବିବାହର ଯେତିକି ଚିନ୍ତା ନଥାଏ ସେତିକି ଚିନ୍ତା ଗୋଟେ ଝିଅ ବିବାହ କରିବରେ ବାପ-ମାଙ୍କର ଚିନ୍ତା ବଢିଯାଏ | ବାପ-ମା ମଧ୍ୟ କୁହନ୍ତି ଝିଅ ବିବାହ କରିଦେଲେ ଚିନ୍ତା ସରିଯିବ ତାପରେ ଆମର ଜୀବନ ପଳେଇଲେ ବି ଆମର ଦୁଃଖ ନାହିଁ କିନ୍ତୁ ଝିଅ ବୋଝକୁ ଆଗ ହଟେଇ ଦେବା ଦରକାର | ସାଧାରଣ ଭାବରେ ଝିଅ ବୋଝ ନୁହେଁ କି ଗୋଟେ ଝିଅ ତାର ଯୌବନ ଅବସ୍ଥାରେ ଉପନୀତ ହେଲେ ତାକୁ ବିବାହ କରିଦେବା ଠିକ କଥା ନୁହେଁ | କାରଣ ଝିଅକୁ ବି ସ୍ୱାଧୀନତା ଦରକାର ସେ ଯେତେବେଳେ ଚାହିଁବ ସେତେବେଳେ ବିବାହ କରିପାରିବ | କିନ୍ତୁ ଏମିତି କଥା ଶହେରୁ ଅନେଶତ ଭାଗ ଚିନ୍ତା କରିଥାନ୍ତି | କାରଣ ସେମାନଙ୍କ ପାଇଁ ଝିଅ ବୋଝ ନୁହେଁ | ଝିଅ ହେଉଛି କନ୍ୟାରତ୍ନଟିଏ | କନ୍ୟା ଜନ୍ମ ନେବା କୌଣସି ପାପ ନୁହେଁ କି ସେ କେଉଁ ବାପ-ମାଙ୍କ ପାଇଁ ବୋଝ ନୁହେଁ | ଆଗ ଝିଅର ଉତ୍ତମ ଭବିଷ୍ୟତ ଗଢନ୍ତୁ ତାପରେ ଝିଅର ବିବାହ କଥା ଚିନ୍ତା କରନ୍ତୁ |


ତେବେ ଝିଅ ଦେଖାର ଏକ ଅନନ୍ୟ ଅନୁଭୂତି ହୋଇଥାଏ | ପ୍ରତ୍ୟେକ ଝିଅ ଯେତେବେଳେ ବିବାହ ବୟସରେ ପରିଣତ ହୁଅନ୍ତି ବାପ-ମା ଝିଅ ପାଇଁ ଉତ୍ତମ ଘର ସହ ବର ଖୋଜିବାରେ ଲାଗିପଡ଼ନ୍ତି | କାରଣ ପ୍ରତ୍ୟେକ ବାପ-ମା ଚାହାଁନ୍ତି ତାଙ୍କ ଝିଅ ଯେଉଁଠି ବିବାହ ହେବ ତାଙ୍କ ଘର ଭଲ ଥିବ | ସେଠାକାର ଲୋକମାନେ ଯେମିତି ଭଲ ହୋଇଥିବେ ଆଉ ତାଙ୍କ ଝିଅକୁ ଯାହାକୁ ବାହା କରିବେ ସେ ପୁଅ ମଧ୍ୟ ଭଲ ହୋଇଥିବା ଦରକାର ଏବଂ ଭଲ ଚାକିରୀଟିଏ ବି କରିଥିବା ଦରକାର | ଯଦି ଏସବୁ ଠିକ ଥାଏ ତେବେ ବାପ-ମାଙ୍କର ଚିନ୍ତା ଯିବ ଏବଂ ଝିଅ ମଧ୍ୟ ତା ଶାଶୁଘରେ ଖୁସିରେ ରହିବ | କିନ୍ତୁ ୟା ଭିତରେ ଅନେକ କଥା ଥାଏ ଯାହା ସବୁ ଲୋକମାନେ ମଧ୍ୟ ଜାଣନ୍ତି | ଝିଅ ବିବାହରେ କେତେ ଖର୍ଚ୍ଚ ହେବ | ପୁଅକୁ କେଉଁ ଗାଡି ଦିଆଯିବ | ଝିଅ ଯୌତୁକରେ କଣ କଣ ନେବ | ପୁଅ ଘରକୁ ବାଟ ଖର୍ଚ୍ଚ କେତେ ଦିଆଯିବ | କେତେଜଣ ବରଯାତ୍ରୀ ଆସିବେ | କଣ କଣ ରୋଷେଇ ହେବ ଇତ୍ୟାଦି ଇତ୍ୟାଦି |


ଯେତେବେଳେ ଝିଅଟି ବିବାହ କରେ ସେତେବେଳେ ତା ସାଙ୍ଗରେ ଅନେକ ଯୌତୁକ ନେଇକି ଯାଇଥାଏ ଆଉ କେହି କେହି ତ ଯୌତୁକ ନେଇ ପାରିନଥାନ୍ତି କାରଣ ସେମାନଙ୍କର ଅର୍ଥ ଅଭାବ ଥାଏ | ଯିଏ ଯୌତୁକ ନେଇଥାଏ ତାକୁ ଶାଶୁଘର ଲୋକ ମୁଣ୍ଡରେ ବସାନ୍ତି ଆଉ ଯିଏ ଯୌତୁକ ନ ନେଇଥାନ୍ତି ତାକୁ କୁକୁର ମାଙ୍କଡଙ୍କ ଠାରୁ ହୀନ ଦୃଷ୍ଟିରେ ଦେଖିଥାନ୍ତି | ଯେମିତି ଗୋଟେ ଝିଅ ବିବାହ କରିବା ପାପ | ଆଜିବି କିଛି ପରିବାର ବିନା ଯୌତୁକରେ ତାଙ୍କ ପୁଅକୁ ବିବାହ କରନ୍ତି ଏବଂ ଏକଥା ମଧ୍ୟ କୁହନ୍ତି ଆମେ ଘରକୁ ବୋହୂ ନୁହେଁ ଝିଅ ନେଉଛୁ | ଯଦି ଏମିତି ଭାବନା ସମସ୍ତଙ୍କ ମନରେ ରୁହନ୍ତା ସତରେ ଏ ଝିଅ ବୋଝ ଭଳି କାହାକୁ ନ ଲାଗନ୍ତା | ଆଉ ଯେଉଁ ଲୋକ ଅନ୍ୟର ବୋହୂକୁ ଦେଖିବାକୁ ଯାଆନ୍ତି ଏବଂ କୁହନ୍ତି ଏ କଣ କଣ ଆଣିଛି ସେହି ଲୋକମାନଙ୍କୁ ମଧ୍ୟ ଗୋଟେ କଥା ଅନ୍ୟ ବାପର ସମ୍ପର୍ତ୍ତିରେ ରଜା ହେବା ଅପେକ୍ଷା ନିଜେ କଷ୍ଟ କରି ରୋଜଗାର କର ତାପରେ ନିଜକୁ ରଜା କହିବ | ଗୋଟେ ଝିଅର ବାପ ଝିଅ ଜନ୍ମ ଠାରୁ ବିବାହ ପର୍ଯ୍ୟନ୍ତ କେତେ ଭୋକ ଉପାସ ରହି ଝିଅ ପାଇଁ ସଞ୍ଚିକି ରଖିଥିବା ପଇସାରେ ଝିଅକୁ ବିବାହ କରୁଛି ହାର ମାଳ ସୁନା ରୁପାରେ ଝିଅକୁ ଛାଉଣୀ କରି ଅନ୍ୟ ଘରକୁ ଛାଡ଼ୁଛି ଆଉ ଅନ୍ୟ ମାନଙ୍କୁ ଅନ୍ୟ ମାନଙ୍କର ମନ ପସନ୍ଦର ଭୋଜି କରି ଖୁଆଇବାକୁ ଦେଉଛି ୟା ଠାରୁ ଆଉ କଣ ବଡ଼ କଥା ହୋଇପାରେ ଗୋଟେ ବାପା ପାଇଁ ମା ବି ଦଶ ମାସ ଦଶ ଦିନ ଗର୍ଭରେ ରଖି ଝିଅଟିର ଅଳି ଅଝଟ ସହି ବଡ଼ କରିଛି ଏବଂ ତାକୁ ସେ ଶେଷରେ ନିଜଠୁ ଦୂରେଇ ଦେଉଛି ଭାଇ ଭଉଣୀ ସମସ୍ତଙ୍କୁ ଦୂରେଇ ସେ ଅନ୍ୟ ମାନଙ୍କୁ ଆପଣାର କରିବାକୁ ଆସିଛି ତେଣୁ ଗୋଟେ ଝିଅଟିଏକୁ କେବେ ଅଣଦେଖା କରନା ଝିଅ ଦେଖା ବେଳେ ଯେଉଁ ପ୍ରତିଶୃତି ଦେଇ ତୁମ ପୁଅ ସହ ବିବାହ କରାଇଛ ତାକୁ ବୋହୂ ଭାବରେ ନୁହେଁ ଝିଅ ଭାବରେ ନିଜ ଘରେ ରଖ |

ସେହି ଝିଅର ମଧ୍ୟ ଏହି କର୍ତ୍ତବ୍ୟ ରହୁ ଯେମିତି ସେ ତା ଘରେ ତା ବାପା-ବୋଉ, ଭାଇ-ଭଉଣୀ,ଦାଦା-ଖୁଡି,ଜ୍ଞାତି-କୁଟୁମ୍ଭ ସହ ଚଳୁଥିଲା | ଠିକ ତା ଶାଶୁଘରେ ଚଳିବ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login