ବାଲିଗୁଡା : ମାଆ ସାଜିଲା ରାକ୍ଷସୀ । ୪ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ମାଆ ଅଟକ । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ୱାମୀ ଠାରୁ ଅଲଗା ରହୁଥିଲେ ମହିଳା । କିଛି ଦିନ ହେବ ମାଆ ଝିଅଙ୍କ କୈାଣସି ପତ୍ତା ମିଳୁ ନ ଥିଲା । ମହିଳାଙ୍କୁ ଠାବ କରିବା ପରେ ପୋଲିସକୁ କହିଥିଲେ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଶୁକଲି ଙ୍କ ସହ ଗୁଟିଙ୍ଗିଆ ଅଂଚଳ ର ଜଣେ ଯୁବକ ପ୍ରେମ ସମ୍ପର୍କ ରଖିଥିଲା । ପରେ ଶୁକଲି ଗର୍ଭବତୀ ହେବା ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ପ୍ରେମିକ ଜଣକ ଶୁକଲି ଓ ନିଜ ନବଜାତ ଶିଶୁ କନ୍ୟା କୁ ଛାଡି ଦେଇଥିଲା। ଶୁକଲି ନିଜ ବାପା ଘରେ ଆସି ଦୀର୍ଘ ବର୍ଷ ହେବ ଶିଶୁ କନ୍ୟାକୁ ଧରି ରହୁଥିଲେ । ମାନସିକ ଅସ୍ଥିରତା କାରଣ ରୁ ସେ ଶିଶୁ କନ୍ୟା କୁ ମାରି ଫିଙ୍ଗି ଦେଇଥିବା ଜଣା ପଡିଛି ।
Views: 63