The Ultimate Managed Hosting Platform
ADVERTISEMENT

ଝାରସୁୁଗୁଡା ରାଜ୍ୟର ଉତ୍ତପ୍ତ ସହର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରବଳ ତାତିରେ ସିଝୁଚି ରାଜ୍ୟ । ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର । ଝାରସୁଗୁଡାରେ ୪୨.୪ ଡିଗ୍ରୀ ତାପମାତ୍ରା । ସମ୍ବଲପୁର-୪୧.୮, ହୀରାକୁଦ-୪୦.୪ ଡିଗ୍ରୀ ରେକର୍ଡ । ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ଚାନ୍ଦବାଲି-୩୯.୬ , ଭୁବନେଶ୍ୱର -୩୯.୪ ଡିଗ୍ରୀ ରେକର୍ଡ । କେନ୍ଦୁଝର -୩୮ , ବାଲେଶ୍ୱର -୩୭.୨ ଡିଗ୍ରୀ ରେକର୍ଡ ।
ତେବେ କାଲିଠୁ ତିନି ଦିନ ପାଇଁ ହିଟ୍ଓ୍ଵଭ୍ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର କରିବ । ୪୪ ବି ଛୁଇଁପାରେ । ତତଲା କଡ଼େଇରେ ଭାଜିହେବ ଝାରସୁଗୁଡ଼ା ଜିଲ୍ଲା ।ଆସନ୍ତାକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ । ୧୪ ଓ ୧୫ରେ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ସେଲସିୟସ୍ ଛୁଇଁଯିବ ତାତି । ସେହିପରି କାଲି ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ୧୪ରେ ଏସବୁ ସ୍ଥାନରେ ତାତି ଛୁଇଁପାରେ ୪୩ ଡିଗ୍ରୀ ସେଲସିୟସ୍ । ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ଗ୍ରୀଷ୍ମ ଲହରର ପ୍ରଭାବ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୪ ଡିଗ୍ରୀକୁ ବଢ଼ିପାରେ । ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ରାଉରକେଲା ଓ ବାରିପଦାରେ ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଏହି ତିନି ଦିନରେ କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ବି ଛୁଇଁଯିବ । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ୯ଟି ସହରରେ ପାରଦ ଛୁଇଁଥିଲା ୪୦ ଡିଗ୍ରୀ । ସବୁଠୁ ଉତ୍ତପ୍ତ ସହର ବାରିପଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login