ଝାରସୁଗୁଡା : ଜଳିଗଲା ପ୍ଲାଷ୍ଟିକ ସ୍କ୍ରାପ ଗୋଦାମ । ଝାରସୁଗୁଡା ପ୍ଲାଷ୍ଟିକ ସ୍କ୍ରାପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ବେହେରାପାଟ ସ୍ଥିତ ଏକ ଗୋଦାମରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ ବାହିନୀର ଉଦ୍ୟମ । ସର୍ଟସର୍କିଟରୁ ଗୋଦାମରେ ନିଆଁ ଲାଗିଥିବା ସନେ୍ଦହ ।
ଆଜି ସକାଳେ ଗୋଦାମରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ୪ଟି ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଛି ।
Views: 32