ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ । ନାମାଙ୍କନ ପତ୍ର ଯାଂଚ ପରେ ୧୦ ଜମଙ୍କ ପ୍ରାର୍ଥୀପତ୍ର କାଏମ । ଯାଂଚ ବେଳେ ୪ ଜଣଙ୍କ ନାମାଙ୍କନ କଟିଲା । ମୋଟ ନାମାଙ୍କନ ପତ୍ର ଦାଖଲ କରିଥିଲେ ୧୪ ଜଣ । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଉପନିର୍ବାଚନ ପାଇଁ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ’ ୧୦ ତାରିଖରେ ନିର୍ବାଚନ ଓ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଝାରସୁଗୁଡା ଉପନିର୍ବାଚନ ନେଇ ଏବେ ମୈଦାନ କମ୍ପୁଛି । ଲୋକଙ୍କ ପାଖକୁ ଯାଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ସେମାନଙ୍କୁ ଦେଉଛନ୍ତି ପୁଳାପୁଳା ପ୍ରତିଶ୍ରୁତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବେ କସରତ ପୁରା ଜୋରଶୋରରେ ଚାଲିଛି ।
Views: 75