ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା
ମେ ୧୦ ରେ ଝାରସୁଗୁଡା ଉପନିର୍ବାଚନ
ମେ ୧୩ ରେ ହେବ ଭୋଟ ଗଣତି
ଏପ୍ରିଲ ୧୩ ରେ ପ୍ରକାଶ ପାଇବ ବିଜ୍ଞପ୍ତି
ଏପ୍ରିଲ ୨୦ ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।
ଏପ୍ରିଲ ୨୧ ରେ ପ୍ରାର୍ଥିପତ୍ର ଯାଞ୍ଚ
ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ର ଶେଷ ଦିନ
ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ । ୨ ମାସ ଧରି ନବ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଉପନିର୍ବାଚନକୁ ନେଇ ସମସ୍ତଙ୍କ ଥିଲା ଅପେକ୍ଷା । ସେପଟେ ନବ ଦାସଙ୍କ ଝିଅ ଦୀପାଳି ଦାସ ନବ ଦାସଙ୍କ ମୃତ୍ୟୁ ପରେ ଏକ ପ୍ରକାରର ପ୍ରଚାର ଆରମ୍ଭ କରି ଦେଇଥିବା ଜଣା ପଡୁଛି । ସେ ବିଜେଡି ରୁ ପ୍ରାର୍ଥି ହେବେ ବୋଲି ଏକ ପ୍ରକାର ନିଶ୍ଚିତ । ତେଣୁ ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ ଆହୁରି ସରଗରମ ହୋଇଯିବ ଝାରସୁଗୁଡା ନିର୍ବାଚନ ମଣ୍ଡଳି ।
Views: 70