ଭୁବନେଶ୍ୱର : ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନବୀନ ନିବାସରୁ ଟିକେଟ ନେଇ ଫେରିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି । ବିଜୟ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଯେଉଁମାନେ କହୁଛନ୍ତି ଝାରସୁଗୁଡାର ବିକାଶ ହୋଇନି ସେମାନଙ୍କୁ ମୁଁ ଅନ୍ଧ ବୋଲି କହିବି । ଆମ ଅଞ୍ଚଳରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ୟ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି । ତେବେ ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ। ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି।
Views: 69