The Ultimate Managed Hosting Platform
ADVERTISEMENT

ଝାରସୁଗୁଡା ଉପନିର୍ବାଚନ : ଦୀପାଳି ଓ ଟଙ୍କଧରଙ୍କ ମଧ୍ୟରେ ହେବ ଲଢେଇ !

Facebook
Twitter
LinkedIn

ଝାରସୁଗୁଡ଼ା: ବାଜିଲା ଉପନିର୍ବାଚନ ବିଗୁଲ । ଆସିଲା ମତଦାନ ର ତାରିଖ । ନବ ଦାସଙ୍କ ମୃତ୍ୟୁ ପରେ ସମସ୍ତଙ୍କର ଅପେକ୍ଷା ଥିଲା ଉପନିର୍ବାଚନ କୁ । ତେଣୁ ଉପନିର୍ବାଚନ ତାରିଖ ପୂର୍ବରୁ ଝାରସୁଗୁଡାରେ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା । ନବ ଦାସଙ୍କ ଝିଅ ଦୀପାଳି ନିଜର ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ । ସେପଟେ ବିଜେପି ପକ୍ଷରୁ ଟଙ୍କଧର ଲଢିବେ ବୋଲି କୁହାଯାଉଛି । ତେବେ ଉଭୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିପାରେ । ନୂଆ ଓ ଯୁବ ଚେହେରା ଉପନର୍ବାଚନ ମୈଦାନାକୁ ଓହ୍ଲାଇବା ପାଇଁ ତୟାର ହୋଇଛନ୍ତି । ଗତ କିଛି ଦିନ ହେବ ଝାରସୁଗୁଡ଼ାରେ ଗାଁ ଗାଁ ବୁଲୁଛନ୍ତି ଦୀପାଳି ଦାସ । ଜନସମର୍ଥନ ଜୁଟାଇବାରେ ଲାଗିଛନ୍ତି । ସୁଖ ଦୁଃଖରେ ଭାଗୀ ହେଉଛନ୍ତି । ବିଭିନ୍ନ କାର୍ୟ୍ୟକ୍ରମରେ ଏବେ ଦୀପାଲିଙ୍କୁ ଦେଖିବାକୁ ମିଳୁଛି । ଗାଁରେ କୀର୍ତ୍ତନ ହେଉ କି ଉତ୍ସବ, ଯୋଗ ଦେଉଛନ୍ତି ଦୀପାଳି । ଦୀପାଳି ପ୍ରତିଶ୍ରୁତି ଦେଉଛନ୍ତି, ବାପା କହିଯାଇଥିବା ପ୍ରତିଟି କଥା ଆଉ ଦେଖିଯାଇଥିବା ସ୍ୱପ୍ନକୁ ନିଶ୍ଚିତ ପୂରଣ କରିବେ । ସେହିପରି ବିଜେପିର ଟଙ୍କଧର ତ୍ରିପାଠୀ, ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଅଛନ୍ତି । ନାମଯଜ୍ଞ ହେଉ କି ଅନ୍ୟ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି । ଏଥିସହ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଟଙ୍କଧର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login