ଝାରସୁଗୁଡ଼ା: ବାଜିଲା ଉପନିର୍ବାଚନ ବିଗୁଲ । ଆସିଲା ମତଦାନ ର ତାରିଖ । ନବ ଦାସଙ୍କ ମୃତ୍ୟୁ ପରେ ସମସ୍ତଙ୍କର ଅପେକ୍ଷା ଥିଲା ଉପନିର୍ବାଚନ କୁ । ତେଣୁ ଉପନିର୍ବାଚନ ତାରିଖ ପୂର୍ବରୁ ଝାରସୁଗୁଡାରେ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା । ନବ ଦାସଙ୍କ ଝିଅ ଦୀପାଳି ନିଜର ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ । ସେପଟେ ବିଜେପି ପକ୍ଷରୁ ଟଙ୍କଧର ଲଢିବେ ବୋଲି କୁହାଯାଉଛି । ତେବେ ଉଭୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିପାରେ । ନୂଆ ଓ ଯୁବ ଚେହେରା ଉପନର୍ବାଚନ ମୈଦାନାକୁ ଓହ୍ଲାଇବା ପାଇଁ ତୟାର ହୋଇଛନ୍ତି । ଗତ କିଛି ଦିନ ହେବ ଝାରସୁଗୁଡ଼ାରେ ଗାଁ ଗାଁ ବୁଲୁଛନ୍ତି ଦୀପାଳି ଦାସ । ଜନସମର୍ଥନ ଜୁଟାଇବାରେ ଲାଗିଛନ୍ତି । ସୁଖ ଦୁଃଖରେ ଭାଗୀ ହେଉଛନ୍ତି । ବିଭିନ୍ନ କାର୍ୟ୍ୟକ୍ରମରେ ଏବେ ଦୀପାଲିଙ୍କୁ ଦେଖିବାକୁ ମିଳୁଛି । ଗାଁରେ କୀର୍ତ୍ତନ ହେଉ କି ଉତ୍ସବ, ଯୋଗ ଦେଉଛନ୍ତି ଦୀପାଳି । ଦୀପାଳି ପ୍ରତିଶ୍ରୁତି ଦେଉଛନ୍ତି, ବାପା କହିଯାଇଥିବା ପ୍ରତିଟି କଥା ଆଉ ଦେଖିଯାଇଥିବା ସ୍ୱପ୍ନକୁ ନିଶ୍ଚିତ ପୂରଣ କରିବେ । ସେହିପରି ବିଜେପିର ଟଙ୍କଧର ତ୍ରିପାଠୀ, ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଅଛନ୍ତି । ନାମଯଜ୍ଞ ହେଉ କି ଅନ୍ୟ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି । ଏଥିସହ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଟଙ୍କଧର ।
ଝାରସୁଗୁଡା ଉପନିର୍ବାଚନ : ଦୀପାଳି ଓ ଟଙ୍କଧରଙ୍କ ମଧ୍ୟରେ ହେବ ଲଢେଇ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











