ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସରିଲା କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ଶେଷ ହେଲା। ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍ ରୁମ୍ରେ କଡ଼ା ସୁରକ୍ଷାରେ ଭୋଟ ଗଣତି ସରିଲା। ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ। ଯିଏକି ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କୁ ପଛରେ ପକାଇ ବାଜି ମାରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଖଣ୍ଡ ଭୋଟରେ ଆଗୁଆ ରହି ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛନ୍ତି।
ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ଦାସ । ଆଜି ଆମ ପରିବାର ପାଇଁ ଏକ ଇମୋସନାଲର ଦିନ । ଆଜି ନବ ଦାସ ପୁଣି ଥରେ ଝାରସୁଗୁଡ଼ା ମାଟିକୁ ଫେରିଆସିଛନ୍ତି ବୋଲି କହିଛନ୍ତି ଦୀପାଳି । ସେ ଆହୁରି କହିଛନ୍ତି କି ଏହି ବିଜୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି । ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି, ବିକାଶ ପାଇଁ ଠିଆ ହୋଇଛି । ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ଏହି ଅଞ୍ଚଳରେ ବିକାଶର ଦୀପାବଳି ଜଳିବାରୁ ଆଉ କେହି ଅଟକାଇ ପାରିବେନି । ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି ବୋଲି ବିଜୟ ପରେ କହିଛନ୍ତି ଦୀପାଳି ଦାସ ।
ଝାରସୁଗୁଡାରେ ବିଜେଡିର ବଡ ବିଜୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...