ଝାରସୁଗୁଡା : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର କଡା ଯାଞ୍ଚ । ଅମଲିପାଲି ପଡିଆରେ ପୋଲିସ ମହାନିଦେ୍ର୍ଦଶକ ୱାଇବି ଖୁରାନିଆ । ଆସନ୍ତାକାଲି ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେବେ । ଓଡିଶାକୁ ଭେଟି ଦେବେ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ସଂଯୋଗୀକରଣ ବୃଦ୍ଧି ପାଇବ, ମାଲ୍ ପରିବହନ ଓ ଯାତ୍ରୀ ପରିବହନରେ ବଡ଼ଧରଣର ପରିବର୍ତ୍ତନ ଆସିବ।
Views: 34