The Ultimate Managed Hosting Platform
ADVERTISEMENT

ଝାରସୁଗୁଡାରେ ଜମୁଛି ଉପନିର୍ବାଚନୀ ପ୍ରଚାର,ଦୀପାଳିଙ୍କ ସହ ପ୍ରଚାର କରୁଛନ୍ତି ହେଭିୱେଟ ନେତା

Facebook
Twitter
LinkedIn

ଝାରସୁଗୁଡା: ଜମିଲାଣି ଉପନିର୍ବାଚନ ମାହୋଲ । ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇଗଲାଣି । ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ନବ ଦାସଙ୍କ ଝିଅ ଦୀପାଳି ଏବେ ପ୍ରଚାରରେ ମାତିଛନ୍ତି । ଦୀପାଳିଙ୍କ ସହ ପ୍ରଚାର କରୁଛନ୍ତି ଶାସକ ଦଳର ହେଭିୱେଟ ନେତା । ଗତକାଲି ସକାଳେ କୋଲାବିରା ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରଚାର କରିଥିବାବେଳଏ ସନ୍ଧ୍ୟାରେ କିର୍ମିରା ବ୍ଲକରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ୟ୍ୟବେକ୍ଷକ ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ,ମନ୍ତ୍ରୀ ଟୁକୁନି ସାହୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଦୀପାଳିଙ୍କ ପାଇଁ ଭୋଟ ମାଗିଛନ୍ତି ।ଦୀପାଳିଙ୍କ ସହିତ ଭାଇ ବିଶାଳ ଦାସ ମଧ୍ୟ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସଙ୍କ ସ୍ବପ୍ନକୁ ନେଇ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ୍ । ବ୍ରଜରାଜନଗର ଓ ପଦମପୁର ଭଳି ଏଠାରେ ମଧ୍ୟ ବିପୁଳ ବ୍ୟବଧାନରେ ଦଳ ବିଜୟୀ ହେବ ବୋଲି ଆଶା ରଖିଛି । ତେବେ ନବଦାସଙ୍କ ମୃତ୍ୟୁ ପରେ ଏବେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନଷ୍ଠିତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login