The Ultimate Managed Hosting Platform
ADVERTISEMENT

ଝାଡାବାନ୍ତିରେ ୪ ମୃତ

Facebook
Twitter
LinkedIn

ରାଉରକେଲା : ସହରରେ ବ୍ୟାପୁଛି ଝାଡାବାନ୍ତି । ୨ ଦିନରେ ୩ ମହିଳା ସମେତ ୪ଜଣଙ୍କ ମୃତ୍ୟୁ । କାଲି ୨ ଓ ଆଜି ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ବର୍ତ୍ତମାନ ୧୦୨ ଜଣ ଆକ୍ରାନ୍ତ ଆରଜିଏଚରେ ଭର୍ତ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକ । ଖବର ଅନୁଯାୟୀ, ରାଉରକେଲା ଉଦିତ୍ଗର ସହ ତରକେରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲା । ଏଥିରେ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେପଟେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଝାଡାବାନ୍ତି ବ୍ୟାପୀଥିବା ଅଞ୍ଚଳରେ ଡାକ୍ତରୀ ଟିମ୍ କି ମହାନଗର ନିଗମର କୌଣସି ଅଧିକାରୀ ପହଞ୍ଚିନାହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login