ଜୟପୁର : ସ୍ତ୍ରୀର ଆତ୍ମହତ୍ୟା ପରେ ପରେ ସ୍ୱାମୀର ଆତ୍ମହତ୍ୟା । ବୈପାରୀଗୁଡା ଥାନା ବାଲିଆପଦର ଗାଁରେ ଅଭାବନୀୟ ଘଟଣା । ମୃତକ ଜିନୁ ପରିଜା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ପରିଜା ହୋଇଥିବା ସୂଚନା । ପାରିବାରିକ କଳହରୁ ଉଭୟ ଆତ୍ମହତ୍ୟା କରିଥିବା ସୂଚନା । କୈାଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡାରେ ମ୍ରିୟମାଣ ରୁକ୍ମିଣୀ ଘର ଭିତରେ ଫାଶି ଦେଇ ଝୁଲି ପଡିଲେ । ରୁକ୍ମିଣୀଙ୍କ ମୃତ୍ୟୁ ପରେ ଜିନୁ ବାଡିପଟ ଗଛରେ ଫାଶି ଲଗାଇ ଦେଇଥିଲେ ।
Views: 79