କଟକ :ପ୍ରେମ ବିବାହକୁ ଆଇନିର ସିକୃତି ମିଳିଥିଲା ବେଳେ କିଛି ଅଭିଭାବକ ଏହାକୁ ମାନୁ ନାହାନ୍ତି । ଯାହଫଳରେ ପରବର୍ତ୍ତୀ ସମୟରେ ପାରିବାରିକ ଗଣ୍ଡଗୋଳ ଘଟି ଉଗ୍ର ପରିସ୍ଥିତି ସୃଷ୍ଟି ହେଉଚି । ଫଳରେ ଅନେକ ସମୟରେ କିଛି ନିରୀହ ଲୋକଙ୍କର ଜୀବନ ମଧ୍ୟ ଯାଉଥିବା ନଜିର ରହିଛି । ଭୁଲ ବୁଝାମଣା ଲାଗି ଅନେକ ଲୋକ ନିର୍ଦ୍ଦୋଷରେ କୋର୍ଟ କଚେରୀକୁ ଟଣା ହେଉଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ କିଶୋରନଗର ଥାନା ପିଁପୂର୍ ଗ୍ରାମରେ । ସ୍ୱାମୀକୁ ଶଶୁର ଘର ଲୋକ ଆକ୍ରମଣ କରିବାରୁ ସ୍ତ୍ରୀ ବାପଘର ଲୋକଙ୍କ ନାମରେ କନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଗତ ଚାରିମାସ ତଳେ ଅର୍ଥାତ ୨୦୨୩ ମସିହା ଅଗଷ୍ଟ ମାସ ୧୪ ତାରିଖ ଦିନ କନ୍ଦରପୁର ଥାନା ଗତିରାଉତ ପାଟଣା ଢିଆସାହି ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କ ଝିଅକୁ କିଶୋରନଗର ଥାନା ପିଁପୁର ଗ୍ରାମର ପ୍ରତାପ କୁମାର ବେହେରାଙ୍କ ପୁଅ ଅସିତ୍ କୁମାର ବେହେରାଙ୍କୁ ବିବାହ କରିଥିଲେ।ଏହି ବିବାହରେ ପ୍ରମୋଦ ପ୍ରଧାନଙ୍କ ପରିବାର ତଥା ବନ୍ଧୁ ବାନ୍ଧବ ଏକମତ ନଥିଲେ।ତେଣୁ ଅମିତ୍ କୁମାର ବେହେରାଙ୍କୁ ଜୀବନରୁ ମାରିଦେବା ପାଇଁ ଶଶୁର ଘର ଲୋକେ ଏକ ।ଡଯନ୍ତ୍ର କରିଥିଲେ । ତଣେୁ ବୋହୂ ପ୍ରଜ୍ଞାଙ୍କୁ ତାଙ୍କ ମାଙ୍କର ଦେହ ଅସୁସ୍ଥ ଅଛି ବୋଲି କହି ମାମୁଁ ଅଜୟ ଭୋଳ ଓ ମାଇଁ ସୁପ୍ରଭା ଭୋଳ ଜ୍ୱାଇଁଅମିତଙ୍କ ଘରକୁ ଯାଇ କୌଶଳ କ୍ରମେ ୧୫ ଦିନ ପାଇଁ ପ୍ରଜ୍ଞାକୁ ବାପ ଘରକୁ ନେଇ ଆସିଥିଲେ। ୧୫ ଦିନ ପରେ ପ୍ରଜ୍ଞା ଯେତେବେଳେ ଶାଶୁ ଘରକୁ ଯିବା ପାଇଁ ଚାହିଁଲେ ସେତେବେଳେ ପ୍ରଜ୍ଞାଙ୍କୁ ତାଙ୍କର ମା ,ବାପ, ମାମୁଁ, ମାଇଁ ଓ ଭାଇ ମିଳି ମିଶି ମାଡ଼ ମାରି ମାନସିକ ନିର୍ୟାତନା ଦେବାସହ ଶାଶୁ ଘରକୁ ନଯିବା ପାଇଁ ଅଟକାଇଥିଲେ। ଏହାପରେ ପ୍ରଜ୍ଞାଙ୍କ ସ୍ବାମୀ ଅମିତକୁ କୌଶଳ କ୍ରମେ ଗତି ରାଉତ୍ ପାଟଣାକୁ ଡ଼କାଇଥିଲେ । ସେଠାରେ ଅମିତ୍କୁ ଜୀବନରୁ ମାରିଦେବା ପାଇଁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କର ଗୋଟିଏ ନୂଆ ମୋଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହାପରେ ପ୍ରଜ୍ଞା ଓ ଅମିତ୍ ସେଠାରୁ ନିଜ ଜୀବନ ରକ୍ଷା କରିବାକୁ ଯାଇ ପିଁପୁର ପଳେଇ ଆସିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ କନ୍ଦରପୁର ଥାନାରେ ପ୍ରଜ୍ଞା ନିଜ ବାପ ଘର ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ବଡ ଦୁଃଖର କଥା ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଉ ନାହିଁ ବୋଲି ପ୍ରଜ୍ଞା ଅଭିଯୋଗ କରିଛନ୍ତି ।
ଜ୍ୱାଇଁଙ୍କୁ ଆକ୍ରମଣ , ବୋହୂ ବାପଘର ବିରୁଦ୍ଧରେ ଥାନାରେ ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











