The Ultimate Managed Hosting Platform
ADVERTISEMENT

ଜୋହାନ୍ସବର୍ଗରେ ବହୁମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୫୨ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ନୂଆଦିଲ୍ଲୀ : ବହୁମହଲା କୋଠାରେ ନିଆଁ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ନିଆଁକୁ ବହୁ ପରିମାଣରେ ଆୟତ୍ତ କରି ନିଆଯାଇଛି। ତେବେ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଏବେ ମଧ୍ୟ ଜାରି ରହିଛି। ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବଂ କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login