ଲକ୍ଷ୍ନୌ : ଜେଲରେ ହେବ ଓପନ ଜିମ୍ । ଉତ୍ତର ପ୍ରଦେଶର ଜେଲରେ ବନ୍ଦୀମାନଙ୍କ ପାଇଁ ଓପନ ଜିମ୍ ତିଆରି କରାଯିବ । ୟୁପି କ୍ୟାବିନେଟରେ ଏଥିପାଇଁ ୧.୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। ବୁଧବାର ୟୁପିର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ୭୫ ଜେଲ ଏବଂ ସବ-ଜେଲରେ ତଥା ଲକ୍ଷ୍ନୌର ଡକ୍ଟର ସାମୁର୍ନାନନ୍ଦ ଜେଲ ତାଲିମ କେନ୍ଦ୍ରରେ ଓପନ ଜିମ୍ ସ୍ଥାପନ କରିବାର ଯୋଜନା ରହିଛି ।
ଏଥିରେ ପ୍ରାୟ ଏକ ଲକ୍ଷ କଏଦୀ ଉପକୃତ ହେବେ । ଏହାପୂର୍ବରୁ ନଭେମ୍ବର ୧୩ ରେ ଏକ କାର୍ୟ୍ୟକ୍ରମରେ ଜେଲ ମନ୍ତ୍ରୀ ଦାରା ସିଂ ଚୌହାନ ବନ୍ଦୀମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଚୌହାନ କହିଛନ୍ତି ଯେ, ବନ୍ଦୀମାନଙ୍କ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର କାର୍ୟ୍ୟ କରୁଛନ୍ତି । ଜେଲ ଅଧିକାରୀ କହିଛନ୍ତି ଯେ, ଏହା ବନ୍ଦୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ । ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ତେବେ ସେ ଜେଲରୁ ବାହାରିବା ପରେ ଭଲ ଜୀବନ ଆରମ୍ଭ କରିବାକୁ ସକ୍ଷମ ହେବେ ।
ଜେଲରେ ହେବ ଓପନ ଜିମ୍, ଏହି ସରକାରଙ୍କ ନିଷ୍ପତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











