ମାଲକାନଗିରି : ମାଲକାନଗିରି ବ୍ଲକ ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ । ଘର ଅଫିସ ସମେତ ରାଇଘର ସ୍ଥିତ ଶ୍ୱଶୁ ଘରେ ଭିଜିଲାନ୍ସ ଚଢାଉ । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିଲା । ମାଲକାନଗିରି ଟାଉନରେ ଥିବା ୩ ମହଲା ଘରେ ଚାଲିଛି ଯାଞ୍ଚ ।
ଏହାସହ ନବରଙ୍ଗପୁର ଜିଲ୍ଲା ରାଇଘରରେ ଥିବା ସମ୍ପର୍କୀୟଙ୍କ ଘର ଓ ମାଲକାନଗିରି ବିଡିଓଙ୍କ କାର୍ୟ୍ୟାଳୟରେ ଚଢ଼ାଉ ଚାଲିଛି । ଚଢ଼ାଉରେ ୪ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।
Views: 90











