ନୂଆଦିଲ୍ଲୀ : ଜୁଲାଇ ୧୩ରେ ଚନ୍ଦ୍ରାୟନ -୩ ଲଞ୍ଚ ନେଇ ସୂଚନା । ସୂଚନା ଦେଲେ ଇସ୍ରୋ ଚେୟାରମ୍ୟାନ ଏସ. ସୋମନାଥ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି ହେବ କହିଲେ । ଦିନ ୨ଟା ୩୦ ସମୟରେ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ ଲଞ୍ଚ ହେବ ବୋଲି ଜଣାପଡ଼ିଛି।
ଲଞ୍ଚ ଭେହିକିଲର ଏକ ଫଟୋ ଜାରି କରିଛି ଇସ୍ରୋ। Mark- III ଲଞ୍ଚ ଭେହିକିଲ ଯୋଗେ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ଵନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ ଚନ୍ଦ୍ରାୟନ-୩ ସ୍ପେସକ୍ରାଫ୍ଟ। ଯାନର ପରୀକ୍ଷଣ ସରି ଯାଇଛି। ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ବାହାରିବ ଚନ୍ଦ୍ରାୟନ-୩।
Views: 78