ନୂଆଦିଲ୍ଲୀ : ପ୍ରସିଦ୍ଧ ଆସାମୀ କଣ୍ଠଶିଳ୍ପୀ ଜୁବନ ଗର୍ଗ ମୃତ୍ୟୁ ମାମଲାରେ ୨ ଗିରଫ । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କଲା ଆସାମ ପୋଲିସ । ସିଙ୍ଗାପୁରରେ ଗିରଫ ପରେ ଉଭୟଙ୍କୁ ଗୈାହାଟୀ ଅଣାଗଲା । ସେପ୍ଟେମ୍ବର ୧୯ରେ ସିଙ୍ହାପୁରରେ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ିଣ୍ଡିଆ ଫେଷ୍ଟିଭାଲରେ ଯୋଗଦେବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଥିଲା । ନର୍ଥ ିଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଥିଲେ ଶ୍ୟାମକାନୁ ମହାନ୍ତ । ଜୁବିନ ଗର୍ଗଙ୍କ ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା । ଉଭୟଙ୍କୁ ଗୁହାଟି ନିଆଯାଇଛି ଏବଂ ଆଜି କୋର୍ଟରେ ହାଜର କରାଯିବ । ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ ।
ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୨ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











