ଭଞ୍ଜନଗର : ଜୁଆ ଆଡ୍ଡା ଉପରେ ଚଢାଉ । ଫଳରେ ୧୯ ଜଣ ଗିରଫ ହୋଇଛନ୍ତି । ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧାର ଜଙ୍ଗଲରେ ରେଡ । ୪ ଲକ୍ଷ ଟଙ୍କା ସହ ୨ଟି କାର ଓ ୫ଟି ବାଇକ ଜବତ । ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟରେ ବଡ଼ ଧରଣର ଏକ ଜୁଆ ଖେଳ ଚାଲିଥିଲା। ଖବରପାଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଂଜନଗର ଏସଡିପିଓ ଡ. ଦୀପକ୍ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ୪ ହଜାର ଟଙ୍କା ସହ ୨ ଟି କାର୍, ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ କରାଯାଇଛି ।
Views: 36