ଯାଜପୁର : ଏ କିପରିକା ବ୍ୟବସ୍ଥା । ଜୀବିତ ବ୍ୟକ୍ତିଙ୍କୁ କରିଦେଉଛନ୍ତି ମୃତ । ବ୍ଲକ କମ୍ପ୍ୟୁଟର ରେକର୍ଡରେ ଜୀବିତ ବ୍ୟକ୍ତି ହୋଇଛନ୍ତି ମୃତ । ଏଭଳି ଘଟଣା ଘଟିଛି ଦାନଗଦି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଖରଡି ଗାଁରେ । ଖରଡି ଗାଁର ହରି ଦାସଙ୍କ ପୁଅ ଦୁର୍ଯେ୍ୟାଧନ ଦାସ ଜୀବିତ ଥିବା ବେଳେ ରେକର୍ଡରେ କିନ୍ତୁ ନାଁ ମୃତ ରହିଛି ।
ଦୁର୍ଯେ୍ୟାଧନ ଅଭାବ ଅନଟନରେ ଚଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାଁ ସାମିଲ ହୋଇଥିବା ଜାଣି ଟିକେ ଆଶ୍ୱସ୍ତ ହୋଇଥିଲେ । ଦୁର୍ଭାଗ୍ୟର କଥା ତାଙ୍କ ସହ ଆବାସ ଯୋଜନାରେ ନାଁ ଥିବା ଅନ୍ୟ ଲୋକଙ୍କର ବ୍ୟାଙ୍କ ପାସବହିକୁ ଘର କରିବା ପାଇଁ ଟଙ୍କା ଆସିଲା କିନ୍ତୁ ଦୁର୍ଯେ୍ୟାଧନ ଙ୍କର ଆସିଲା ନାହିଁ । ଏ ନେଇ ସେ ବ୍ଲକ ଅଫିସରେ ପଚାରିବାରୁ କମ୍ପୁଟର ଦେଖାଇ କହିଲେ ତମ ନାଁ ମୃତ ତାଲିକା ରେ ଆସୁଛି । ତେଣୁ ଟଙ୍କା ଯିବ କିପରି ? ତାପରେ ନିରାଶ ହୋଇ ଦୁର୍ଯେ୍ୟାଧନ ସରପଞ୍ଚଙ୍କୁ କହିବାରୁ ତାଙ୍କ ପରାମର୍ଶ କ୍ରମେ ବି. ଡି. ଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ବି. ଡି. ଓ ଏହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସର୍ଭେ ସମୟରେ ଯେଉଁ ବାବୁ/ବାବୁଆଣୀ ଦୁର୍ଯେ୍ୟାଧନଙ୍କୁ ମୃତ ରିପୋର୍ଟ ଦେଲେ ସେ ଏ ନେଇ କୌଣସି ରାଜନୈତିକ ଉଦେଶ୍ୟ ରଖି କରି ନାହାଁନ୍ତି ତ? ଅଭିଯୋଗ ହେଉଛି ଗରିବ ଲୋକ ଲାଞ୍ଚ ନ ଦେଲେ ରାଗରେ ଅଫିସର ମାନେ ଏପରି ମଧ୍ୟ କରନ୍ତି? ସେ ଯାହାବି ହେଉ ଏ ଗରିବ ହିତାଧିକାରୀ ଦୁର୍ଯେ୍ୟାଧନଙ୍କୁ ସଠିକ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଜୀବିତ ଲୋକଙ୍କୁ ମୃତ ଘୋଷଣା କଲା ବ୍ଲକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











