ମୁମ୍ବାଇ : ହସପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି ସୈଫ ଅଲ୍ଲୀ ଖାନ । ସୈଫ ହସପିଟାଲରୁ ବାହାରିବା ପରେ ପାପରାଜିଙ୍କୁ ପୋଜ ଦେଇ ହ୍ୟାଲୋ କହିଥିଲେ । ଏହାପରେ ତାଙ୍କ ଜୀବନ ବଞ୍ଚାଇ ହସପିଟାଲରେ ପହଞ୍ଚାଇଥିବା ଅଟୋ ଡ୍ରାଇଭର ସହିତ ଦେଖାହୋଇଛନ୍ତି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ହସପିଟାଲରୁ ଡିସଚାର୍ଜ ହେବା ପରେ ଅଟୋ ଡ୍ରାଇଭର ଭଜନ ସିଂ ରାଣା ସହିତ ସାକ୍ଷାତ କରିଛନ୍ତି । ଅଟୋ ଡ୍ରାଇଭର କାନ୍ଧରେ ହାତ ରଖି ଫଟୋ ଉଠାଇଛନ୍ତି । ହସପିଟାଲରୁ ବାହାରିବା ବେଳେ ପାପାରାଜିଙ୍କୁ ଫଟୋ ପୋଜ ଦେଇଥିବା ବେଳେ ହ୍ୟାଲୋ କହିଥିଲେ । ଏହାପରେ ସିଧା ଯାଇ ଅଟୋ ଡ୍ରାଇଭରଙ୍କୁ ସାକ୍ଷାତ କରିବା ସହ ଫଟୋ ଉଠାଇଥିଲେ । ଫଟୋ ଉଠାଇବା ପରେ ଧନ୍ୟବାଦ ଜଣାଇଥିଲେ । ସୈଫ ମଧ୍ୟ ଅଟୋ ଡ୍ରାଇଭରଙ୍କ କାମକୁ ପ୍ରଶଂସା କରିଥିଲେ । ଏମିତି ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଥିଲେ ସୈଫ । ଆଉ ଆପଣଙ୍କୁ ସେଦିନ ଭଡ଼ା ପଇସା ଦେଇନଥିଲି, ଖୁବଶୀଘ୍ର ମିଳିଯିବ । ଏଭଳି ହସି ହସି ଉତ୍ତର ଦେଇଥିଲେ । ଜୀବନରେ କୌଣସି ପ୍ରକାରର ସହାୟତା ଦରକାର ହେଲେ ମୋତେ ଜଣାଇବେ ନିଶ୍ଚିତ ।
ଜୀବନ ବଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କ ସହ ଦେଖା ହେଲେ ସୈଫ ଅଲ୍ଲୀ ଖାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











