ୟୁପି : ରିଲ୍ସ କରିବାକୁ ମନା କରିବାରୁ ଟ୍ରେନ ଆଗକୁ ଡେଇଁଲେ ମହିଳା । ପରିବାର ଲୋକ ଏହା ଜାଣିବା ପରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଉତ୍ତର ପ୍ରଦେଶ ମହୋବା ସହରର କୋତବାଲିରେ ଘଟିଛି ଘଟଣା । ସୂଚନା ଅନୁଯାୟୀ , ୭ ମାସ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ରିଲ୍ସ ବନେଇବାର ନିଶା ଏବେ ତାଙ୍କୁ ମହଙ୍ଗା ପଡିଛି । ଲାଡଫୁର ଗାଁରେ ରହୁଥିବା ଶଫିକ ମହୋବା ଭଡା ଘରେ ରହି ୍ଣ୍ଡା ବେପାର କରୁଥିଲେ । ଶଫିକ ୨୦ ବର୍ଷିୟ ଜୁଲେଖାଙ୍କ ସହ ବିବାହ କରିଥିଲେ । ବିବାହ ପରେ ପ୍ରତିଦିନ ରିଲ୍ସ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ମହିଳା ଜଣକ ସବୁବେଳେ ରିଲ୍ସ କରୁଥିଲେ । ଯାହା ତାଙ୍କ ସ୍ୱାମୀଙ୍କୁ ପସନ୍ଦ ନଥିଲା । ଗତ ରାତିରେ ଶଫିକ ଦୋକାନରୁ ଘରକୁ ଫେରିବା ପରେ ପନôୀ ରୋଷେଇ ନ କରି ରିଲ୍ସ କରୁଥିଲେ । ସ୍ୱାମୀ ରିଲ୍ସ କରିବାକୁ ମନା କରିବାକୁ ଯୁକ୍ତିତର୍କ ଲାଗିଥିଲା । ଏହା ପରେ ଦୁଇ ଜଣ ଖାଇ ଶୋଇପଡିଥିଲେ । କିନ୍ତୁ ବିଳମ୍ବିତ ରାତିରେ ପନôୀ କୁଆଡେ ଚାଲି ଯାିଥିଲେ । ଶଫିକ ଏହା ଜାଣି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପତ୍ନୀଙ୍କ ମୃତଦେହ ଖଜୁରାହୋ ରେଲୱେ ଷ୍ଟେସନରେ ବିକ୍ଷିପ୍ତ ଅବସ୍ଥାରେ ପଡିଥିଲା । ରିଲ୍ସ କରିବାକୁ ସ୍ବାମୀ ମନା କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଏମିତି କରିଛନ୍ତି । ଏହି ମାମଲାରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଜୀବନ ନେଇଗଲା ରିଲ୍ସ ନିଶା , ରିଲ୍ସ କରିବାକୁ ମନା କରିବାରୁ ଟ୍ରେନ ଆଗକୁ ଡେଇଁଲେ ମହିଳା

Facebook
Twitter
LinkedIn
Facebook
Twitter
LinkedIn
Recent News
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...
ହମାସ-ଇସ୍ରାଏଲ ଯୁଦ୍ଧ ଶେଷ : ଟ୍ରମ୍ପ
ଗାଜା : ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ଘୋଷଣା । ଇଜିପ୍ଟରେ...
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...