ନୂଆଦିଲ୍ଲୀ : ଦିଲ୍ଲୀରେ ହେଉଥିବା ଜି –୨୦ ସମ୍ମିଳନିରେ ଯୋଗଦେବା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତରେ ପହଞ୍ଚିଛନ୍ତି । ଏହି ସମୟରେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଛି । ଅନୁପ୍ରିଆ ପଟେଲ ବିମାନବନ୍ଦରରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିବା ଜଣା ପଡ଼ିଛି । ଅତିଥିମାନଙ୍କ ଆସିବା କାର୍ୟ୍ୟକ୍ରମ ଅନୁଯାୟୀ ଇମାନୁଏଲ ମାକ୍ରୋନ ଶେଷରେ ପହଞ୍ଚିବାର ଥିଲା । ଯିଏ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ୨୦୧୭ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୃଢ଼ ସମ୍ପର୍କ ଗଢ଼ି ଉଠିଥିଲା । ଯାହା ପରେ ଏହି ସମ୍ପର୍କ ଲଗାତାର ଭାବରେ ବୃଦ୍ଧି ପାଉଛି ।
Views: 83